歌词
ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ତୋ କଥାରେ ଥିଲା କେତେ ବାହାନା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ସେଇ କଥା ଆଜି କହିଦେବି ଯଦି
ସେଇ କଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ
ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ମୋ ଠାରୁ ଆଉ କିଏ ବେଶି ଜାଣିବ?
ମୋ ଭିତରେ ମୁଁ ଆଉ ନାହିଁ
ଯେବେଠୁ ତୋତେ ଭଲପାଇଛି
ତୁ ଭୁଲିଲୁ, ମୁଁ ଭୁଲିନାହିଁ
ମୋ ଭଲପାଇବା ସେମିତି ଅଛି
ହୋ, ମୋ ଭିତରେ ମୁଁ ଆଉ ନାହିଁ
ଯେବେଠୁ ତୋତେ ଭଲପାଇଛି
ତୁ ଭୁଲିଲୁ, ମୁଁ ଭୁଲିନାହିଁ
ମୋ ଭଲପାଇବା ସେମିତି ଅଛି
ତୋ ହସରେ ଥିଲା ବିଷ ଝରଣା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ତୋ ଲୁହରେ ଥିଲା ମିଛ କାନ୍ଦଣା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ସେଇ କଥା ଆଜି କହିଦେବି ଯଦି
ସେଇ କଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ
ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ମୋ ଠାରୁ ଆଉ କିଏ ବେଶି ଜାଣିବ?
ମୁଁ ଜାଣିଛି ତୁ ଗଲାପରେ
ଦୁଃଖରେ ତୋର ଦିନ ସରିବ
ତୋ ଉପରେ ମୋ ପ୍ରେମ ଅଛି
ଖୁସିରେ ତୋର ରାତି ବିତିବ
ମୁଁ ଜାଣିଛି ତୁ ଗଲାପରେ
ଦୁଃଖରେ ତୋର ଦିନ ସରିବ
ତୋ ଉପରେ ମୋ ପ୍ରେମ ଅଛି
ଖୁସିରେ ତୋର ରାତି ବିତିବ
ମରୀଚିକା ଥିଲା ତୋ ଆଖିରେ,
ମୋ ଠାରୁ ଆଉ କିଏ ବେଶି ଜାଣିବ?
ଅଭିନୟ ଥିଲା ତୋ ଓଠରେ
ମୋ ଠାରୁ ଆଉ କିଏ ବେଶି ଜାଣିବ?
ସେଇ କଥା ଆଜି କହିଦେବି ଯଦି
ସେଇ କଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ
ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ତୋ କଥାରେ ଥିଲା କେତେ ବାହାନା
ମୋ ଠାରୁ ଆଉ କିଏ ବେଶି ଜାଣିବ?
ସେଇ କଥା ଆଜି କହିଦେବି ଯଦି
ସେଇ କଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ